ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Aug 7, 2023 - 17:37
Aug 28, 2023 - 14:36
 5
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗୀପୁରରେ ଥିବା ଇନ୍ଦିରା ହାଉସିଂ କଲୋନୀ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଡ ଗୁରୁପ୍ରସାଦ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଙ୍କ ବହୁ ରୋଚକ ପୂର୍ଣ୍ଣ ତଥ୍ଯ ସମସ୍ତ ଙ୍କୁ ଜଣାଇଥିଲେ। କାର୍ଯ୍ୟକ୍ରମ କୁ ସମ୍ପାଦକ ଡ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ପରିଷଦ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ଅକ୍ଷୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଗିରିଜା ଶଙ୍କର ମହାପାତ୍ର, ଅକ୍ଷୟ ଉପାଧ୍ୟାୟ, କୋଷାଧ୍ଯକ୍ଷ ସୁରେଶ ମିଶ୍ର, ବିଭୂତି ବୋଷ ମଲ୍ଲିକ, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ରବି ନାରାୟଣ କର, ଶ୍ରୀନିବାସ ରାଓ, ଅନ୍ୟନ୍ୟ ସଦସ୍ଯ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ।ନୀଳକଣ୍ଠେଶ୍ବର ମନ୍ଦିର ସଭାପତି ଲକ୍ଷ୍ମୀନାରାୟଣ ଚାନ୍ଦ, ସମ୍ପାଦକ ରମାକାନ୍ତ ମହାନ୍ତି, ବାବୁଲି ପାତ୍ର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭଜନ କାର୍ଯ୍ୟକ୍ରମ କୁ ପରିଷଦର ର କଳାକାର ମାନେ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ। ତବଲା ରେ ଧନେଶ୍ଵର ବାବୁ ଓ ହାରମୋନିୟମ ରେ ଲକ୍ଷ୍ମନ ରାଓ ସହଯୋଗ କରିଥିଲେ। ସ୍ଥାନୀୟ ଶ୍ରୀଜଗନ୍ନାଥ ପ୍ରେମୀ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ମହାପ୍ରଭୁ ଙ୍କ ଆଳତୀ ପରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ।