ଆଶା ଧନ୍ଦାମୂଳକ ତାଲିମ୍ କେନ୍ଦ୍ର ର ଦିବ୍ୟାଙ୍ଗ ପିଲାଙ୍କ ଦ୍ବାରା ବନ୍ଧୂତା ଦିବସ ଧୁମ୍ ଧାମ୍ ରେ ପାଳିତ

ଭୁବନେଶ୍ୱର: ଭୁବନେଶ୍ଵରରେ ଚିନ୍ତାମଣିଶ୍ଵର୍ ରେ ଥିବା ଆଶା ନାମକ ଧନ୍ଦାମୂଳକ ତାଲିମ୍ କେନ୍ଦ୍ର ର ମାନସିକ ଅନଗ୍ରସର ଦିବ୍ୟାଙ୍ଗ ପିଲାମାନେ ଫୋନିକ୍ସି ସେବା ର ପିଲାମାନଙ୍କ ସହିତ ବନ୍ଧୂତା ଦିବସ ଧୁମ୍ ଧାମ୍ ରେ ପାଳନ କରିଛନ୍ତି। ନାଚ ଗୀତ ରେ ଅନୁଷ୍ଠାନ ଟି ଖୁସି ରେ ଝୂମି ଉଠିଥିଲା। ବହୁ ମାତ୍ରାରେ ପିଲାମାନେ ଓ ଅଭିଭାବକ ମାନେ ଯୋଗ ଦେଇ ଅନୁଷ୍ଟାନର କାର୍ୟ୍ଯକ୍ରମକୁ ଖୁସି ର ସହିତ ପାଳନ କରିଥିଲେ। ବନ୍ଧୁର ମହତ୍ଵ ଉପରେ ଆଲୋଚନା ହୋଇଥିଲା। ପିଲାମାନେ ନାଚ,ଗୀତ କରିବା ସହ କେକ୍ କାଟିଥିଲେ । ଫୋନିକ୍ସ୍ ସେବା ର ପ୍ରଧାନ ପ୍ରତିଷ୍ଠାତା ମଲିକ ଆବାସ ଓ ସେମନାଙ୍କ ସଦସ୍ୟ ମାନେ ବନ୍ଧୁର ଭୂମିକା ବିଷୟରେ ପିଲାଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ଶ୍ରୀମତୀ ସୁଭଗିନୀ ସାହୁ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଶ୍ରୀମତୀ ଭାରତୀ ପରିଡ଼ା।