ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ୫ମ ପୁସ୍ତକ ମେଳାରେ ଖୋଲିଲା ବହି ବିକ୍ରୟ କେନ୍ଦ୍ର

Dec 6, 2023 - 19:30
 110
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ୫ମ ପୁସ୍ତକ ମେଳାରେ ଖୋଲିଲା ବହି ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର: ଗତ ୧ ତାରିଖରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲୁଥିବା ୫ମ ଓଡ଼ିଶା ପୁସ୍ତକ ମେଳାରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଏକ ପୁସ୍ତକ ଷ୍ଟଲ ବହି ବିକ୍ରୟ କେନ୍ଦ୍ର ଖୋଲା ଯାଇଛି। ଏହି ଅବସରରେ ଷ୍ଟଲରେ ପରିଷଦ ଦ୍ଵାରା ପ୍ରକାଶିତ ସ୍କନ୍ଦ ପୁରାଣ 'ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ' ଓ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ର ନୂତନ ଦ୍ଵିତୀୟ ଓ ତୃତୀୟ ସଂସ୍କରଣ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ନେତୃତ୍ୱରେ ଉନ୍ମୋଚନ ହୋଇଛି | ଏହି କାର୍ଯ୍ୟକ୍ରମରେ ପରିଷଦର ବହୁ ସଦସ୍ୟ ମଧ୍ୟ ଯୋଗଦେଇଥିଲେ | ଏଣୁ ପରିଷଦ ପକ୍ଷରୁ ଅନୁରୋଧ ଏହି ପୁସ୍ତକ ଷ୍ଟଲରେ ଆସି ସମସ୍ତେ ବୁଲିଯାଆନ୍ତୁ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୩୦ଟି ବହି ବିକ୍ରୟ ପାଇଁ ରହିଛି।