ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡ଼ି ୨ଜଣ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ନଦୀରେ ବୁଡ଼ ପକାଇବାକୁ ଯାଇଥିବା ବେଳେ ୩ ଯୁବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ବି ନିଖୋଜ ରହିଛନ୍ତି ।