ନିର୍ଦ୍ଧାରିତ ସମୟରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଆଜି ମହାଶିବରାତ୍ରି ଅବସରରେ ନିର୍ଦ୍ଧାରିତ ସମୟର ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ବେଢ଼ା ପରିକ୍ରମା ପରେ ରାତି ୧୦ ଟା ସମୟରେ ଉଠିଲା ମହାଦୀପ। ମହାଦୀପ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ। ମହାଶିବରାତ୍ରି ପାଇଁ ସମସ୍ତ ନୀତି ସୁରୁଖୁରୁରେ ସମାପନ ହୋଇଥିଲା।