ପିକକ୍‍ ପକ୍ଷରୁ ବାଲିଅନ୍ତା ପଞ୍ଚାୟତ ସମିତି ସଭାଗୃହରେ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

Mar 8, 2024 - 23:26
 12
ପିକକ୍‍ ପକ୍ଷରୁ ବାଲିଅନ୍ତା ପଞ୍ଚାୟତ ସମିତି ସଭାଗୃହରେ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବାଲିଅନ୍ତା: ନାରୀ ସକଳ ଶକ୍ତିର ଆଧାର । ନାରୀ ଭିତରେ ରହିଛି ଅସିମ ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ବହୁ ମହିଳା ପାରଦର୍ଶିତା ପ୍ରଦର୍ଶନ କରିବାସହ ଦକ୍ଷତା ର ପ୍ରତିପାଦନ କରିପାରିଛନ୍ତି। ସମାଜ ର ବିକାଶ ଓ ଏକ ସୁନ୍ଦର ଭବିଷ୍ଯତ ଗଠନରେ ମହିଳା ମାନଙ୍କର ସକ୍ରିୟ ଭାଗିଦାରୀତା ଓ ନେତୃତ୍ୱ ଅତ୍ଯନ୍ତ ଗୁରୁତ୍ୱପୁର୍ଣ୍ଣ ଏବଂ ଏଥିପାଇଁ ସବୁକ୍ଷେତ୍ରରେ ମହିଳା ମାନଙ୍କର ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ କରାଯିବା ଆବଶ୍ଯକ ବୋଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତା ମାନେ ମତ ଦେଇଥିଲେ । ଏହି କାର୍ଯ୍ଯକ୍ରମର ଆୟୋଜନ ରାଜ୍ଯର ଅନ୍ଯତମ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲ୍ସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ରୋଟାରି କ୍ଳବ ଭୁବନେଶ୍ବର ୟୁନିକ୍‍ ର ସହାୟତା ରେ ବାଲିଅନ୍ତା ପଞ୍ଚାୟତ ସମିତି ସଭାଗୃହରେ କରାଯାଇଥିଲା । ପିକକ୍‍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଏହି ସଭାରେ ସ୍ୱାଗତ ଭାଷଣ ଦେଇ ସମସ୍ତ ଙ୍କୁ ମହିଳା ଦିବସ ର ଶୁଭେଛା ଜଣାଇଥିଲେ ଓ ଏହି କାର୍ଯ୍ଯକ୍ରମ ର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପରେପରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ସଭାକୁ ଉଦ୍‍ଘାଟନ କରିଥିଲେ । ପିକକ୍‍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଆଜି ଦିନରେ ସମସ୍ତେ ମହିଳା ମାନଙ୍କ ସଫଳତାକୁ ପାଳନ କରିବା ସହିତ ଏକ ବିକଶିତ ସମାଜ ଓ ସୁନ୍ଦର ଭବିଷ୍ଯତ ପାଇଁ ସବୁକ୍ଷେତ୍ରରେ ମହିଳା ମାନେ ଆଗକୁ ବଢି ନେତୃତ୍ଵ ନେବା ଆବଶ୍ୟକ ବୋଲି ନିଜର ମତ ରଖିଥିଲେ । ପିକକ୍‍ ର ଅଧ୍ଯକ୍ଷା ଡଃ ମିନାକ୍ଷୀ ପଣ୍ଡା ମଧ୍ଯ ଏହି ସଭାକୁ ସମ୍ବୋଧିତ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା, ଶ୍ରୀମତୀ ବାସନ୍ତୀ ଖଟୁଆ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲିଲେଶ ସ୍ଵାଇଁ, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ର ପ୍ରେସିଡେଣ୍ଟ ଆର୍ୟା ପାଣିଗ୍ରାହୀ, ଅର୍ଜୁନ ପୁରସ୍କାର ବିଜୟନୀ ମିନତୀ ମହାପାତ୍ର, ବାଲିଅନ୍ତା ବ୍ଲକ ପଦ୍ମାବତୀ ମିଶନ ଶକ୍ତି ମହାସଂଘ ର ସଭାପତି ସୌଦାମିନୀ ମହାନ୍ତି ପ୍ରମୁଖ ନିଜର ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଅନ୍ତା ବ୍ଲକ ର ବହୁ ମହିଳା ତଥା ମହିଳା ସଂଗଠନ କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା । ସେମାନେ ହେଲେ ଶ୍ରୀମତୀ ବାସନ୍ତୀ ଖଟୁଆ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଶ୍ରୀମତୀ ପ୍ରଜ୍ଞା ପରମିତା ଜେନା, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ଶ୍ରୀମତୀ ଖୁଲଣା ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ), ଶ୍ରୀମତୀ ଭବାନୀ କୁମାରୀ ମହାପାତ୍ର ,ପ୍ରଧାନ ଶିକ୍ଷୟତ୍ରୀ, ବାଲିଅନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଶ୍ରୀମତୀ ସସ୍ମିତା ମଲ୍ଲିକ, ସରପଞ୍ଚ, କାକରୁଦ୍ରପୁର ପଞ୍ଚାୟତ, କବିତା ନାୟକ, ଉପ ଥାନା ଅଧିକାରୀ, ଶ୍ରୀମତୀ ସାଧ୍ଵୀ ଶର୍ମିଷ୍ଠା, ପରମର୍ଶଦାତ୍ରୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଶ୍ରୀମତୀ ସୁଶ୍ରୀ ସଂଗୀତା ନାୟକ, ଅଙ୍ଗନବାଡି କର୍ମୀ, ଭିଙ୍ଗାରପୁର, ଶ୍ରୀମତୀ ମମତା ମଲ୍ଲିକ, ଆଶା କର୍ମୀ, କଞ୍ଚିଲୋ/ତିରଣପଦା ଓ ଜୟଦେବ ପଞ୍ଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମହାସଂଘ, ବାଲିଅନ୍ତା ବ୍ଲକ, ଖୋର୍ଦ୍ଧା । ଏହି କାର୍ଯ୍ଯକ୍ରମ ରେ ବାଲିଅନ୍ତା ବ୍ଲକର ୧୦୦ ରୁ ଅଧିକ ମହିଳା ଏସଏଚଜି ଗୃପ ର ସଦସ୍ଯା, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସାମୁଖ୍ଯର ସଦସ୍ଯା ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ପିକକ୍‍ ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ। ପିକକ୍‍ ର ଅଳ୍ପନା ଦାସ, ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।