ୱିନର ଆସୋସିଏସନ ସହିଦନଗର ର ପ୍ରଭୁ ଶ୍ରୀ ଗଣେଶ ବିସର୍ଜନ ଅନୁଷ୍ଠିତ

Sep 27, 2023 - 20:05
 37
ୱିନର ଆସୋସିଏସନ ସହିଦନଗର ର ପ୍ରଭୁ ଶ୍ରୀ ଗଣେଶ ବିସର୍ଜନ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ବର ସହିଦନଗର ରେ ୱିନର ଆସୋସିଏସନ ପକ୍ଷରୁ କରାଯାଇଥିବା ୪୬ ଫୁଟ ପ୍ରଭୁ ଶ୍ରୀଗଣେଶ ଙ୍କ ର ବିସର୍ଜନ ଅନୁଷ୍ଠିତ ହୋଇଯାଇଛି। ବିସର୍ଜନ ସମୟର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ମନଲୋଭା ହୋଇଥିଲା । ଏହି ଅବସରରେ ସହିଦନଗର ତଥା ଭୁବନେଶ୍ବର ର ବହୁ ବାସିନ୍ଦା ପରିବାର ସହିତ ଉପଭୋଗ କରିଥିଲେ। ଦୁଲ ଦୁଲୀ ଓ ଝୁମୁରି ବାଯାର ତାଳେ ତାଳେ ସମସ୍ତେ ମିଶି ନାଚିଥିଲେ ସେହି ସମୟର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ସମସ୍ତେ ପ୍ରଭୁ ଗଣେଶ ଙ୍କ ବିସର୍ଜନ ରେ ଯୋଗଦେଇ ତାଙ୍କୁ ବିଦାୟ ଦେଇ ଆସନ୍ତା ବର୍ଷ ପୁଣି ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କିଛି ସମୟ ମହାରାଷ୍ଟ୍ର ର ମୁମ୍ବାଇ ରେ କରାଯାଉଥିବା ପ୍ରଭୁ ଗଣେଶ ଙ୍କ ବିସର୍ଜନ ଭଳି ମନେ ହେଉଥିଲା। ପ୍ରଥମେ କ୍ଷୀର ରେ ଗାଧୁଆ ଯାଇ ତା ପରେ ପାଣି ସ୍ପ୍ରେ କରାଯାଇ ବିସର୍ଜନ କରାଯାଇଥିଲା। ଏହି ଅନୁଷ୍ଠାନ ର ଗୁରୁଜନ ବଡ ଭାଇ, ସାନଭାଇ ଓ ଛୋଟ ପିଲା ମାନଙ୍କ ସମୁହ ସହଯୋଗ ସ୍ଥିତି କୁ ଚିର ସ୍ମରଣୀୟ କରି ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଏପରି ସାହାଯ୍ଯ ଓ ସହଯୋଗ ପାଇଁ ସମସ୍ତଙ୍କୁ ସାଧୁବାଦ ଦିଆ ଯାଇ ଆଗାମୀ ଦିନରେ ଆହୁରି ଉନ୍ନତ ମାନର କାମ କରିବା ସହିତ ସାହାଯ୍ଯ ଓ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା ।