ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ

Mar 8, 2024 - 20:07
 47

ରାଉରକେଲା: ଓଡ଼ିଶା କ୍ରାଇମବ୍ରାଞ୍ଚ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଦ୍ଵାରା ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆ ଗିରଫ ହୋଇଥିବା ସୂଚନା ମିଳିଛି। ରାଉରକେଲାରୁ ସାଢ଼େ ୧୦ କିଲୋ ଅଫିମ ଜବତ କରାଯାଇଛି। ୨ ମାଫିଆ ବିଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡା ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ୨ ଅଭିଯୁକ୍ତ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ବାସିନ୍ଦା। ସୁନ୍ଦରଗଡ଼, ରାଉରକେଲା, ଝାଡ଼ଖଣ୍ଡ ଓ ରାଜସ୍ଥାନରେ କାମ କରେ ଏହି ଗ୍ୟାଙ୍ଗ।