ମାଲକାନଗିରି ଜିଲ୍ଲାରେ ବର୍ଷାରେ ଯୋଗୁଁ ବିଭିନ୍ନ ସ୍ଥାନରେ ବୁଡ଼ିଲା ପୋଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବୁଡ଼ିଲା ପୋଲ। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଛି। କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍ଭି-୯୦ ଓ ପୋଟେରୁ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ପୋଲ ଉପରେ ୨ରୁ ୩ ଫୁଟ୍ ପାଣି ପ୍ରବାହିତ ହେଉଥିବା ସୂଚନା।