ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ

Oct 8, 2023 - 13:46
 138
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ବିଷ୍ଣୁପଦ ସେଠୀ ହେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଲ୍ୟାଣ୍ଡ ରେକର୍ଡସ୍ ଓ ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି। ଜ୍ୟୋତିପ୍ରକାଶ ଦାସ ହେଲେ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ। ସେହିପରି ରାମାଶିଷ ହାଜରାଙ୍କୁ ମିଳିଲା ବୋର୍ଡ ଅଫ ସେକଣ୍ଡାରୀ ଏଜୁକେଶନ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ। ବି ପରମେଶ୍ବରନ ହେଲେ ଚକବନ୍ଦୀ କମିଶନର। ଅରିନ୍ଦମ ଡାକୁଆଙ୍କୁ ମିଳିଲା ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ। ଇନ୍ଦ୍ରମଣି ତ୍ରିପାଠୀ ହେଲେ ଏସ୍ ଟି ବିଭାଗର ନିର୍ଦ୍ଦେଶକ।