ଓଡ଼ିଶାର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ

Jan 18, 2025 - 22:00
 123
ଓଡ଼ିଶାର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ ଓ ସମ୍ବଲପୁରରେ ପକ୍ଷୀଗଣନା ଚାଲିଛି। ଭିତରକନିକାରେ ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ଅଛନ୍ତି। ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍ ସାମିଲ ଅଛନ୍ତି। ଚିଲିକାର ୫ଟି ରେଂଜରେ ୨୧ ଟିମ୍‌ ଦ୍ବାରା ପକ୍ଷୀ ଗଣନା ଜାରି ରହିଛି। ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ୩୨ଟି ଟିମ୍‌ ପକ୍ଷୀଗଣନା କରୁଛନ୍ତି। ପୁରୀ ବନଖଣ୍ଡ ୫ଟି ରେଂଜରେ ୨୫ ଟିମ୍ ନିୟୋଜିତ ଥିବା ସୂଚନା।