ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

ସୋର: ବାଲେଶ୍ଵର ଜିଲ୍ଲା ସୋର କଲେଜ ଛକରେ ଟ୍ରକ୍ କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ବସ୍ ଟି ନେପାଳରୁ ପୁରୀ ଯାଉଥିଲା। ଆଜି ସକାଳୁ ଅନୁଗୁଳ ଜିଲ୍ଲା ପାଳଲହଡା ଅଂଚଳରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଜଣେ ଯୁବକ ପ୍ରାଣ ହରାଇଛନ୍ତି।