ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ

Sep 26, 2024 - 14:59
 9

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନନେତା ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଜଣେ ସାଲିସବିହୀନ ଛାତ୍ରନେତା ଭାବେ ଲକ୍ଷ୍ମୀନାରାୟଣ ପରିଚିତି ଲାଭ କରିଥିଲେ। ଭଦ୍ରକର ହକ୍ ପାଇଁ ସର୍ବଦା ନିଜ ଲଢେଇ ଜାରି ରଖିଥିଲେ। ତାଙ୍କ ବିୟୋଗରେ ଭଦ୍ରକ ମାଟି ଜଣେ ନିର୍ଭୀକ ତଥା ଦାମ୍ଭିକ ନେତାଙ୍କୁ ହରାଇଲା । ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରିଛନ୍ତି।