ପିକଅପ୍ ଭ୍ୟାନ୍ରୁ ୧୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାରେ ପିକଅପ୍ ଭ୍ୟାନ୍ରୁ ୧୩ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଟଲିଆଲିଟି ଗାଁ ନିକଟରେ ଚଢ଼ାଉ କରି ଜବତ କରିଛି ଲାଠୋର ପୋଲିସ। ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଫେରାର୍ ହୋଇଥିବା ଜଣାପଡ଼ିଛି। କନ୍ଧମାଳରୁ ନୂଆପଡ଼ାକୁ ଚାଲାଣ ହେଉଥିଲା ଗଞ୍ଜେଇ।