ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ହେଲ୍ଲାଇଡ ର ଶୁଭାରମ୍ଭ :-ସୁସ୍ଥ ଭବିଷ୍ୟତ ପାଇଁ ତୁରନ୍ତ ପଦକ୍ଷେପ

ଭୁବନେଶ୍ଵର:ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିଗେସିଆଲିଟି ଉତ୍କଳ ହସ୍ପିଟାଲ ଗର୍ବର ସହ ନିଜର ବ୍ରେନ୍ ଷ୍ଟ୍ରୋକ୍ ହେଲାଇନ ଆରମ୍ଭ କରିବାକୁ ଯାଉଛି । ଆଜିକାଲି ବହୁଳ ଭାବରେ ଘଟୁଥିବା ମସ୍ତିଷ୍କ ପକ୍ଷାଘାତ ବା ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟାର ତୁରନ୍ତ ଏବଂ ଦକ୍ଷ ଚିକିତ୍ସା ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ । ଆମର ଉତ୍ସର୍ଗୀକୃତ ବ୍ରେନ୍ ଷ୍ଟ୍ରୋକ୍ ରେସପୋସ୍ ଟିମ୍ ଏ ସମ୍ପର୍କରେ ସବୁବେଳେ ସଜାଗ ହୋଇରହିଛି । ଏଠାରେ ଗୋଟିଏ ଛାତ ତଳେ ଥୋମୋଲିସିସ୍, ନ୍ୟୁରୋ ସର୍ଜରୀ ଏକ" ନ୍ୟୁରୋ ସମ୍ପର୍କିତ ସମସ୍ତ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ, ଉପଲବ୍ଧ ରହିବ। ସଫଳ ଚିକିତ୍ସା ନିମନ୍ତେ ଏହା ସୁଯୋଗ ଉପଲବ୍ଧ କରାଇବ । ମସ୍ତିଷ୍କ ପକ୍ଷାଘାତ ଜୀବନ ନେଇଯାଇପାରେ। ଠିକ୍ ସମୟରେ ଚିକିତ୍ସା ଦ୍ଵାରା ଏହାର ନିରାକରଣ କରାଯାଇପାରେ। ଏହି କଥାକୁ ଉପଲବ୍ଧ କରି ଉତ୍କଳ ହସ୍ପିଟାଲ ଅତିଶୟ ଦକ୍ଷ ସ୍ନାୟୁ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିଛି । ବ୍ୟୁରୋଲୋଜୀ ଏବଂ ନ୍ୟୁରୋ ସର୍ଜରୀର ଅନେକ ବିଶେଷଜ୍ଞ ଏଇ ଟିମ୍ ରେ ରହିଛନ୍ତି । ତା' ସହ ଉନ୍ନତ ମାନର ଟେକ୍ନୋଲୋଜୀ ଉପଯୋଗ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ବ୍ରେନ୍ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଏଇ ଟିମ୍ ୨୪ ୭ ଉପଲବ୍ଧ ରହିବ । ଯେକୌଣସି ସମୟରେ ଆମର ଏଇ ଟିମ୍ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହୋଇ ରହିଛି । ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ଟିମ୍ ର ବିଶେଷତା : ୧. ଥୋମୋଲିସିସ୍ : ଆମର ବିଶେଷଜ୍ଞମାନେ ଥ୍ରୋମୋଲିଟିକ୍ ଥେରାପୀ ବିଷୟରେ ଚାଲିମପ୍ରାପ୍ତ ଏବଂ ଦକ୍ଷ । ବ୍ରେନ୍ ଷ୍ଟ୍ରୋକ୍ ସମୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା । ମସ୍ତିଷ୍କରେ ଜମାଟ ବାନ୍ଧିଥିବା ରକ୍ତକୁ ଏହା ତରଳ କରି ମସ୍ତିଷ୍କର କାର୍ଯ୍ୟ ଦକ୍ଷତାକୁ ବଜାୟ ରଖେ । ବ୍ରେନ୍ ଷ୍ଟ୍ରୋକ୍ ପରେ ପରେ ତୁରନ୍ତ ଏଇ ଚିକିତ୍ସା କରାଗଲେ ଦୀର୍ଘକାଳୀନ ଅସୁସ୍ଥତାକୁ ରୋକାଯାଇପାରେ । ୨. ନ୍ୟୁରୋ ସର୍ଜରୀ : ଉତ୍କଳ ହସ୍ପିଟାଲ, ଏକ ଦକ୍ଷ ନ୍ୟୁରୋ ସର୍ଜନ୍ ଦଳ ଗଠନ କରିଛି ଯେଉଁମାନେ ଷ୍ଟ୍ରୋକ୍ ସମ୍ପର୍କିତ ଅସ୍ତ୍ରୋପଚାରରେ ଦକ୍ଷ। ହେମାଟୋମା ଇରାବ୍ରେ ସନ୍ ରୁ ଆରମ୍ଭ କରି ଆନ୍ୟୁରିଜମ୍ ରିପାୟର ପର୍ଯ୍ୟନ୍ତ ସବୁ ପ୍ରକାରର ଜଟିଳ ସମସ୍ୟାର ଅସ୍ତ୍ରୋପଚାର ଏଠାରେ ସମ୍ଭବ । ୩. ନ୍ୟୁରୋ ଇଣ୍ଟରରେ - କେତେକ ନିର୍ଦ୍ଦିଷ୍ଟ ରୋଗୀଙ୍କ ପାଇଁ ନ୍ୟୁରୋ ଇଣ୍ଟରଭେନାଲ୍ ପ୍ରୋସିଜିୟର୍ସର ଆବଶ୍ୟକତା ରହିଛି । ଉତ୍କଳ ହସ୍ପିଟାଲରେ ଏହାର ଚିକିତ୍ସା ପାଇଁ ମଧ୍ୟ ଆବଶ୍ୟକୀୟ ଟେକ୍ନୋଲୋଜି ରହିଛି, ଯାହା ଏଭଳି ରୋଗୀଙ୍କ ପାଇଁ ବେଶ୍ ଉପାଦେୟ । ଉତ୍କଳ ହସ୍ପିଟାଲର ବ୍ରେନ୍ ଷ୍ଟ୍ରୋକ୍ ହେଲାଇନ କେବଳ ରୋଗୀଳ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ସହ ଜନମାନସରେ ସ୍ନାୟବିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ପୂର୍ବରୁ ଚିହ୍ନଟ କରିଲେ ଏବଂ ତୁରନ୍ତ ଚିକିତ୍ସା ଯୋଗାଇ ଦେଲେ ଷ୍ଟ୍ରୋକ୍ ସମ୍ପର୍କିତ କ୍ଷୟକ୍ଷତିକୁ କମ୍ କରାଯାଇପାରେ । 2/3 ଉତ୍କଳ ହସ୍ପିଟାଲର ଏଇ ଟିମ୍ ବିଶ୍ବାସ କରେ ଯେ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ତାଙ୍କର ପ୍ରଥମ ଆବଶ୍ୟକତା। ଯେଉଁମାନଙ୍କର ଏପରି ଆବଶ୍ୟକତା ରହିଛି ସେମାନଙ୍କ ପାଖରେ ତୁରନ୍ତ ପହଞ୍ଚି ସେମାନଙ୍କ ଚିକିତ୍ସା କରିବା ଏଇ ଟିମ୍ ର ଲକ୍ଷ୍ୟ । ଯେଉଁ ବ୍ୟକ୍ତିମାନେ ନିଜ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ର କୌଣସି ଲକ୍ଷଣର ଆଭାସ ପାଉଛନ୍ତି କିମ୍ବା ଯେଉଁମାନଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ସେମାନେ ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ହେଲ୍ଲାଇନର ୭୦୭୭୭୭୩୩୧୩ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ମାଗଣା ଆମ୍ବୁଲାନ୍ସ ସେବା ବ୍ରେନଶ୍ଳୋକ ପୀଡିତଙ୍କ ପାଇଁ ଭୁବନେଶ୍ଵର ର ୧୫ କିମି ପରିଧ ଭିତରେ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଉତ୍କଲ ହସ୍ପିଟାଲର ଚିଫ ଏସ୍ଟିକ୍ୟୁଟର ଅଫିସର ଡକ୍ଟର ଆଶିଷ ଚନ୍ଦା, ବାଃ, ରଞ୍ଜନ ମହାପାତ୍ର ଡିରେକ୍ଟର ମେଡିକାଲ ସର୍ଭିସେସ ଆଣ୍ଡ ଜିରେକ୍ଟର (ଅଙ୍କୋଲୋଜି), ବାଃ, ସିଦ୍ଧାର୍ଥ ଶଙ୍କର ସାହୁ ବିରେକ୍ଟର ଆଣ୍ଡ ସିନିୟର କନସୋଲଟାକ୍ଟ ନିଉରୋସର୍ଜର ଆଣ୍ଡ ଗ୍ଲାଇନ ସର୍ଜର, ଜା. ଅମିତାଭ ରଥ ସିନିୟର କନସୋଲିଟାନ୍ ନିଉରୋଲୋଜି, ଡାଃ ଆକାଶ ଗୁପ୍ତା, ନିଉରୋଲୋଜି ସେସିଆଲିଷ୍ଟ ଡାଃ ରଣଧୀର ମିଶ୍ର, କନସୋଲଟାକ୍ଟ ନିଉରୋ ଆନେଗ୍ରୋଥ୍ ଓ ଡଃ. ବିମଲ ସାହୁ, ନିଉରୋସର୍ଜନ, ବ୍ରେନ ସର୍ଜନ, ଟ୍ରେନ ଟ୍ୟୁମୋର ସ୍ପେସିଆଲିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ।