ମାଆପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ୍

ପରଜଙ୍ଗ: ଶୋଇଥିବା ବେଳେ ମାଆପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଢ଼େଙ୍କାନାଳ ଜିଲ୍ଲା ମହାବୀର ରୋଡ ଥାନା କଟୁରିଆ ଯାତ୍ରା ପଡ଼ିଆରେ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ମୃତକ ବେଲବସନ୍ତ ଗାଁର ରୁନୁ ପ୍ରଧାନ ଓ ପୁଅ ଲିପୁ ପ୍ରଧାନ। ପରଜଙ୍ଗ ମେଡିକାଲରେ ମାଆ ଓ କାମାକ୍ଷାନଗର ମେଡିକାଲରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।