ଭୁବନେଶ୍ବରରେ ୪ ବର୍ଷର ପିଲାକୁ ବିକ୍ରି ଅଭିଯୋଗ

Nov 28, 2024 - 01:29
 48

ଭୁବନେଶ୍ୱର : ଭୁବନେଶ୍ବରରେ ଏକ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ହୋଇଛି। ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରାଯାଇଛି। ବଡ଼ଗଡ଼ ଅଞ୍ଚଳରୁ ପିପିଲି ଅଞ୍ଚଳରେ ବିକ୍ରି କରିଥିବା ନେଇ ଅଭିଯୋଗ ଆସିଛି। ଅର୍ଥ ଅଭାବରୁ ୪ ବର୍ଷର ଛୁଆକୁ ବିକ୍ରି କରିଛନ୍ତି ଦମ୍ପତି। ଘଟଣାରେ ୬ଜଣଙ୍କୁ ଅଟକ ରଖିଛି ପୋଲିସ।