ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ନୂଆ ବ୍ୟବସ୍ଥା

Jan 25, 2024 - 13:48
 6

ଭୁବନେଶ୍ୱର: ଏଥର ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ କରାଯାଇଛି ନୂଆ ବ୍ୟବସ୍ଥା। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ହେବ ସ୍ଵତନ୍ତ୍ର ଭୋଟ୍ ଗ୍ରହଣ କେନ୍ଦ୍ର। ସୂଚନା ଅନୁଜୟୀ, ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସର ଦିବ୍ୟାଙ୍ଗଙ୍କ ଯଦି ଅସୁସ୍ଥ ହୋଇ ଘରେ ରହିଥିବେ, ତାଙ୍କ ପାଇଁ ହେବ ହେବ ହୋମ୍ ଭୋଟିଂ ବ୍ୟବସ୍ଥା। ତେବେ ଭୋଟ୍ ପାଇଁ ଓଡ଼ିଶାର ସବୁ ଜିଲ୍ଲାରେ ପହଞ୍ଚି ସରିଛି ଇଭିଏମ୍।