ଆଜି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ

Jan 25, 2024 - 13:43
 8
ଆଜି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ

ବାରିପଦା: ଆଜି ଗୋଟିଏ ଦିନ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ। ଅଦିନିଆ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଉଦ୍ୟାନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଗତବର୍ଷ ଡିସେମ୍ବର ୨୭ ତାରିଖରେ ଖୋଲିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଶିମିଳିପାଳର ପ୍ରବେଶ ପଥ ଏକ ମାସ ଧରି ବନ୍ଦ ରଖା ଯାଇଥିଲା। ପରିଷଦର ଦାବି ଗୁଡ଼ିକ ଥିଲା ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ପକାଇବା, ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ବନ ବିଭାଗରେ ଚାକିରି ଦେବା ଓ ଅନ୍ୟାନ୍ୟ ପ୍ରସଙ୍ଗ। ତେବେ ପ୍ରଶାସନିକ ଆଲୋଚନା ପରେ ଖୋଲିଥିଲା ଉଦ୍ୟାନ।