ପ୍ରକାଶ ପାଇଲା +୨ ପରୀକ୍ଷା ଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। କଳାରେ ପାସ୍ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ୮୬.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି। କଳାରେ ୨,୩୫,୨୧୮, ବିଜ୍ଞାନରେ ୧,୧୫,୮୯୫ ଓ ବାଣିଜ୍ୟରେ ୨୫,୮୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୱେବସାଇଟ୍ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି।