କାବୁ ହେଲା ନୂଆପଡ଼ାରେ ଆତଙ୍କ ଖେଲାଇଥିବା ବାଘ
ନୂଆପଡ଼ା: ସପ୍ତାହେ ହେବ ନୂଆପଡ଼ା କୋଦାପାଲି ଗାଁରେ ଆତଙ୍କ ଖେଳାଇଥିବା ବାଘ। ଗତକାଲି ଏକ ନାବାଳକକୁ ଝାମ୍ପିବାକୁ ଉଦ୍ୟମ କରି ଲହୁଲୁହାଣ କରିଦେଇଥିଲା। ଗ୍ରାମବାସୀ ଶିଶୁକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ବାଘକୁ ଜନ୍ତା ପକାଇ କାବୁ କରିଥିଲେ।