ଚନ୍ଦ୍ରଚୂଡ଼ ମନ୍ଦିର ର ମହାନଦୀ ଆଳତି ଘାଟ ଠାରେ ଦେବୀ ଭାଗବତ ପୁରାଣ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 7, 2023 - 10:34
 11
ଚନ୍ଦ୍ରଚୂଡ଼ ମନ୍ଦିର ର ମହାନଦୀ ଆଳତି ଘାଟ ଠାରେ ଦେବୀ ଭାଗବତ ପୁରାଣ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ଚନ୍ଦ୍ରଚୂଡ଼ ମନ୍ଦିର ର ମହାନଦୀ ଆଳତି ଘାଟ ବୌଦ୍ଧ ଠାରେ ଦେବୀ ଭାଗବତ ପୁରାଣ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମହାନଦୀ ମା ଙ୍କୁ ଆଳତି କରାଯାଇ ଦେବୀ ଭାଗବାତ ପୁରାଣ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବକ୍ତା ପଣ୍ଡିତ ସ୍ଵାମୀ କୃଷ୍ନ ପ୍ରେମାନନ୍ଦ ସରସ୍ବତୀଜୀ ସୁବୋଧ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଦେବୀ ମା ଙ୍କ ପ୍ରଚାର ଓ ପ୍ରସାର ପାଇଁ ଦେବୀ ମାହାତ୍ମ୍ୟ କଥାମୃତ ନିମନ୍ତେ ପ୍ରୟାସ କରାଯାଇଛି । ସ୍ଵାମୀଜୀ ଅତି ସରଳ ଓଡ଼ିଆ ଭାଷାରେ ସମସ୍ତଙ୍କୁ ଦେବୀ ମାହାତ୍ମ୍ୟ ବିଷୟରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ର ଶେଷ ଦିନରେ କୁମାରୀ ପୁଜା, ସିନ୍ଦୁର ଖେଳ କରାଯାଇ ମା ଙ୍କୁ ବିଦାୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ର ସଭାପତି ଡ ନାରାୟଣ ମହାପାତ୍ର ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦୀର୍ଘ ଦିନ ଧରି ଏହି ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି ବୋଲି କହିଥିଲେ। ଦେବୀ ଭାଗବତ ପୁରାଣ ଅନୁଯାୟୀ ନବରାତ୍ର ସମୟରେ ୯ ଦିନ ଧରି ଆମେ ପୁଜା କରୁଥିବା ଦେବୀ ମାନଙ୍କ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ ର ଅସଲ ଲକ୍ଷ୍ୟ। ସାରା ଓଡ଼ିଶା ତଥା ଭାରତ ରେ ମା ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଟ୍ରଷ୍ଟ ପକ୍ଷରୁ ଦିଲ୍ଲୀପ ପଟ୍ଟନାୟକ, ଶ୍ରୀନିବାସ ରାଓ, ରାହୁଲ ପଳେଇ, ମନୋରଞ୍ଜନ ପଳେଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସହଯୋଗ କରିଥିଲେ । ଏହି ମାତା ଙ୍କ ବିଷୟରେ ଜାଣି ତାଙ୍କୁ କିପରି ଭାବରେ ପୁଜା କରାଯାଏ ଓ ଏହା ଦ୍ଵାରା କିପରି ମା ଆଦିଶକ୍ତି ଙ୍କ କୃପା ଲାଭ କରିବା ସ୍ଵାମୀଜୀ ସମସ୍ତଙ୍କୁ ଅବଗତ କରାଇଥିଲେବିଶ୍ୱ ଆଧ୍ୟାତ୍ମିକ ପ୍ରଚାର କେନ୍ଦ୍ର ପକ୍ଷରୁ ମହାନଦୀ ଆଳତୀ ଘାଟଠାରେ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଥର ପାଇଁ ଦେବୀ ଭାଗବତ ନବଦିନାତ୍ମକ ମହାପୁରାଣ ୨୯ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ରେ ଶେଷ ହୋଇଛି l ପୂଜକଭାବେ ପଣ୍ଡିତ ବିଭିଷଣ ଚାନ୍ଦ ଦୈନିକ ପୂଜା, ଚଣ୍ଡୀପାଠ, ପାରାୟଣ ଓ ଯଜ୍ଞ ଦାୟିତ୍ୱ ତୁଲାଉ ଥିବା ବେଳେ ପଣ୍ଡିତ ରଞ୍ଜିତ ହୋତା, ଶିବ ପାଣିଗ୍ରାହୀ, ତ୍ରିଜୀବ ପାଣିଗ୍ରାହୀ, ମିନୁପ୍ରସାଦ ମିଶ୍ର ଓ ଆଶୁତୋଷ ପଣ୍ଡା ବିଭିନ୍ନ ନୀତିକାନ୍ତିରେ ସହଯୋଗ କରୁଛନ୍ତି l କର୍ତ୍ତାଭାବେ ଦେବାଶିଷ ପୁରୋହିତ, ସଂଯୁକ୍ତାରାଣୀ ପଣ୍ଡା, ସୂର୍ଯ୍ୟେନ୍ଦ୍ର ଶତପଥି, ସୌଦାମିନୀ ଶତପଥି ଦାୟିତ୍ୱ ନିର୍ବାହ କରିଛନ୍ତି।