ୱିନର ଆସୋସିଏସନ ସହିଦନଗର ପକ୍ଷରୁ ପବିତ୍ର ଦୀପାବଳି ଉତ୍ସବ ପାଳନ ନିମନ୍ତେ ମାଟି ଦୀପ ଓ ସବୁଜ ବାଣ ବ୍ୟବହାର କରିବା ପାଇଁ ଅନୁରୋଧ

Nov 11, 2023 - 17:02
 10
ୱିନର ଆସୋସିଏସନ ସହିଦନଗର ପକ୍ଷରୁ ପବିତ୍ର ଦୀପାବଳି ଉତ୍ସବ ପାଳନ ନିମନ୍ତେ ମାଟି ଦୀପ ଓ ସବୁଜ ବାଣ ବ୍ୟବହାର କରିବା ପାଇଁ ଅନୁରୋଧ

ଭୁବନେଶ୍ୱର : ପବିତ୍ର ମା ଆଦିଶକ୍ତି କାଳୀଙ୍କ ପୂଜା ଅବସର ରେ ୱିନର ଆସୋସିଏସନ ପକ୍ଷରୁ ଭୁବନେଶ୍ବର ତଥା ଓଡ଼ିଶାର ଜନସାଧାରଣ ଙ୍କ ବହୁତ ବହୁତ ଶୁଭେଚ୍ଛା ଜଣାଯାଉଛି । ପବିତ୍ର ଦୀପାବଳି ଉତ୍ସବ ପାଳନ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ବନବାସୀ କଲ୍ୟାଣ ଆଶ୍ରମର ପିଲାମାନଙ୍କ ସହିତ ମିଶି ଚଳିତ ବର୍ଷ ଜନସାଧାରଣ ଙ୍କୁ ମାଟିଦୀପ ଓ ସବୁଜ ବାଣ ବ୍ୟବହାର କରିବା ନିମନ୍ତେ ବିନମ୍ର ଅନୁରୋଧ କରାଯାଇଛି। ପ୍ରଥମେ ଶୁଭ ମା କାଳୀ ପୂଜା ଓ ପବିତ୍ର ଦୀପାବଳି ଉତ୍ସବ ପାଳନ ନିମନ୍ତେ ଛୋଟ ପିଲା ମାନେ କେକ କାଟିଥିଲେ, ସମସ୍ତେ ମିଶି ଆମ ଓଡିଶା.. ସଙ୍ଗୀତ ଗାଈ.. ପରିବେଶ କୁ ବହୁତ ଆନନ୍ଦ ମୟ କରି ଦେଇଥିଲେ। ସମସ୍ତ ପିଲାଙ୍କୁ ଚକୋଲେଟ ବଣ୍ଟା ଯାଇଥିଲା। ପୁଣି ଥରେ ଅନୁଷ୍ଠାନ ର ସଦସ୍ୟ ମାନେ ଓ ପିଲା ମାନଙ୍କ ପକ୍ଷରୁ ମାଟି ଦୀପ ଓ ସବୁଜ ବାଣ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।