ସନାତନୀ ସାହିତ୍ୟ ଟୁଙ୍ଗୀ

Nov 17, 2023 - 17:51
 12
ସନାତନୀ ସାହିତ୍ୟ ଟୁଙ୍ଗୀ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
୧) ସାହିତ୍ୟ ମାଧ୍ୟମରେ ସନାତନ ସଂସ୍କୃତିକୁ ଉଜ୍ଜୀବିତ ରଖିବା ।
୨) ସନାତନ ସଂସ୍କୃତିର ପ୍ରତିଷ୍ଠା ଓ ସୁରକ୍ଷା ପାଇଁ ସାହିତ୍ୟ ମାଧ୍ୟମରେ ବ୍ୟକ୍ତିଙ୍କୁ ଯୋଡ଼ିବା ।
୩) ବିଶ୍ୱରେ ସନାତନୀ ହିନ୍ଦୁଙ୍କ ସାମାଜିକ ଓ ସାଂସ୍କୃତିକ ସୁରକ୍ଷା ପାଇଁ ଭାରତକୁ ସନାତନୀ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ପାଇଁ ଦାବି ରଖିବା ।
କାର୍ଯ୍ୟ ପଦ୍ଧତି : ସମ ମନୋଭାବାପନ୍ନ ବିଚାର ସମ୍ପନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନମାନଙ୍କୁ ଏକାଠି ଆଣିବା । ପ୍ରତ୍ୟେକ ଜନବସତିରେ ସାପ୍ତାହିକ ସନାତନୀ ବୈଠକର ଆୟୋଜନ କରି ଟୁଙ୍ଗୀର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ ରଖିବା ସହ ଏ ଅଭିଯାନକୁ ବ୍ୟାପକ କରିବା । ଆଗାମୀ ସାମୁହିକ ହିନ୍ଦୁ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଦେବା ।

ଆଗାମୀ କାର୍ଯ୍ୟକ୍ରମ ସୂଚନା :
୧) ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନ ମହାପ୍ରଭୁ ଜଗନ୍ନାଥଙ୍କ  ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ବେଢ଼ା ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ଦ୍ଵାରା ଆଗମୀ ଜାନୁଆରୀ ମାସ ୧୫ ତାରିଖରେ ଉଦଘାଟିତ ହେବାର ଅଛି । ପ୍ରତ୍ୟେକ ଓଡ଼ିଆ ସନାତନୀ ହିନ୍ଦୁ ଏ ଉଦଘାଟନୀ ସମାରୋହରେ ସାମିଲ୍ ହେବା ପାଇଁ ଚେଷ୍ଟା କରିବା ।
୨) ଦୀର୍ଘ ପାଞ୍ଚ ଶତାବ୍ଦୀର ପ୍ରତୀକ୍ଷା ଓ ସଂଘର୍ଷ ପରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର ଅଯୋଧ୍ୟାରେ ୨୦୨୪ମସିହା ଜାନୁଆରୀ ମାସ ୨୨ ତାରିଖରେ ପ୍ରତିଷ୍ଠା ହେବ  । ଏହା ବିଶ୍ୱରେ ବସବାସ କରୁଥିବା ପ୍ରତ୍ୟେକ ସନାତନୀ ହିନ୍ଦୁଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ନିଜ ଘରେ ଏବଂ ନିଜ ଅଞ୍ଚଳରେ ଥିବା ମନ୍ଦିର ମାନଙ୍କରେ ଏହି ଦିନକୁ ଏକ ଉତ୍ସବ ରୁପେ ପାଳନ କରିବା ।
୩) ଉପରୋକ୍ତ କାର୍ଯ୍ୟକ୍ରମ ନିମନ୍ତେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ପରିବାରକୁ ଅଯୋଧ୍ୟା ପାଇଁ ନିମନ୍ତ୍ରଣ ପତ୍ର ରହିଛି । ଏହି ନିମନ୍ତ୍ରଣ ପତ୍ର ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଜାନୁଆରୀ ପହିଲାରୁ ପନ୍ଦର (୧ ରୁ ୧୫) ତାରିଖ ପର୍ଯ୍ୟନ୍ତ ଏକ ବ୍ୟାପକ ଅଭିଯାନ ଚାଲିବ । ଉତ୍ସାହୀ ବ୍ୟକ୍ତିମାନେ ଏଠାରେ ସମ୍ପର୍କ କରି ନିଜ ନିଜ ଅଞ୍ଚଳ ସହ ଯୋଡ଼ି ହେବାକୁ ଅନୁରୋଧ ।