ସହିଦ ସ୍ପୋର୍ଟିଙ୍ଗ୍ ପଡ଼ିଆ ଠାରେ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଭୁବନେଶ୍ବର : ଭୁବନେଶ୍ୱର ସହିଦନଗର ରେ ସହିଦ ସ୍ପୋଟିଙ୍ଗ ପଡ଼ିଆ ରେ ବିଗ ବାଇସେପ ୱାରିଓର, ଡେଡଲି ଡେଲଟଅୟଡ, ଭଳି ୩ ଗୋଟି ଟିମ୍ ଙ୍କୁ ନେଇ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଆମରେଶ ଜେନା ମୁଖ୍ୟ ଅତିଥି, ସମ୍ମାନିୟ ଅତିଥି ଭାବେ ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର, ନିକୁଞ୍ଜ ମହାନ୍ତି, ଉମାନାଥ ମିଶ୍ର ଓ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦଘାଟିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଚେଷ୍ଟ ରାଇଡର ଦଳ ଚମ୍ପିଆନ ଓ ଡେଡଲି ଡେଲଟଅୟଡ ରନର୍ସଅପ ହେବାର ସୌଭାଗ୍ୟ ଲାଭ କରି ଥିଲେ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।