ଓଡ଼ିଶାରେ ଡିସେମ୍ବର ୧ରୁ ବସ୍ ଧର୍ମଘଟ
ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ଓଡ଼ିଶାରେ ହେବ ବସ୍ ଧର୍ମଘଟ। ଏନେଇ ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ। ନଭେମ୍ବର ୨୨ ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ସଂଘର ସଦସ୍ୟ ବୋଲି ସୂଚନା ଦେଲେ ବସ୍ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ। ପୂର୍ବରୁ ସଂଘର ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ବାରମ୍ବାର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସଂଘ ପକ୍ଷରୁ ଅଭଯୋଗ କରାଯାଇଛି।