ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୯ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ବର ର ରଘୁନାଥପୁର ଗ୍ରାମରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୯ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଅନନ୍ତ ଗୋପାଳ ପଣ୍ଡା ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରବଚନ ଦେଇଥିଲେ। ପ୍ରଥମେ ପରିଷଦର କଳାକାର ମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା ଓ ପ୍ରଶାନ୍ତ ବାବୁ ତାଙ୍କ ସାଥୀ ମାନେ ପରିଷଦର ସଦସ୍ୟ ଓ ସଦସ୍ୟା ମାନଙ୍କୁ ସ୍ଵାଗତ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ସମସ୍ତଙ୍କର ସହଯୋଗ ନିମନ୍ତେ ଧନ୍ଯବାଦ ଜ୍ଞାପନ କରିଥିଲେ । ପରିଷଦ ପକ୍ଷରୁ ତ୍ରିଲୋଚନ ନାୟକ ମଞ୍ଜୁଶ୍ରୀ ମହାନ୍ତି, ବଂଶୀଧର ନାୟକ, ରବିନ୍ଦ୍ର ନାୟକ, ସ୍ଵାଧୀନ ମହାନ୍ତି, ଶ୍ରୀନିବାସ ରାଓ, ପ୍ରଫୁଲ୍ଲ ଦାସ, ଅଶୋକ ବଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।