ସୁନ୍ଦରଗଡରେ ଅଟୋକୁ ପିଟିଲା ହାଇୱା; ପାଞ୍ଚ ଜଣ ମହିଳା ମୃତ
ରାଉରକେଲା : ସୁନ୍ଦରଗଡ ଜିଲ୍ଲା ସଦର ପୋଲିସ ସୀମା ଅନ୍ତର୍ଗତ ତେଲେଣ୍ଡିହି ଠାରେ ଏକ ଅଟୋ ରିକ୍ସାକୁ ବାଲି ବୋଝେଇ ହଇୱା ଟ୍ରକ୍ ଧକ୍କା ଦେବା ଫଳରେ ପାଞ୍ଚ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଅଟୋ ରିକ୍ସାରେ ଜିଲ୍ଲାର ସଦର ପୋଲିସ ସୀମା ଅନ୍ତର୍ଗତ ଏକ ପରିବାରର ସଦସ୍ୟ ବଗିଚାପଡାକୁ ଫେରୁଥିବାବେଳେ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ।