କୋରାପୁଟରେ କାର୍ ଓ ବୋଲେରୋ ମଧ୍ୟରେ ମୁହାମୁହିଁ ଧକ୍କା; ଜଣେ ମୃତ, ଦୁଇ ଗୁରୁତର
କୋରାପୁଟ: କୋରାପୁଟ ଜିଲ୍ଲା ଦେଓଘାଟି ନିକଟ ଜାତୀୟ ରାଜପଥ ୨୬ ରେ କାର୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।