ବିଲ ଗେଟ୍ସଙ୍କ ଭୁବନେଶ୍ୱରର ମା ମଙ୍ଗଳା ବସ୍ତି ପରିଦର୍ଶନ
ଭୁବନେଶ୍ୱର: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ବୁଧବାର ଭୁବନେଶ୍ୱରର ମା ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି। ବିଲ ଗେଟ୍ସ ବସ୍ତି ବାସିନ୍ଦାଙ୍କ ସହ ସେମାନଙ୍କର ମୌଳିକ ସୁବିଧା ବିଷୟରେ ଆଲୋଚନା କରିଥିଲେ। ସେ ମଧ୍ୟ ମୁକ୍ତା ଯୋଜନା ଏବଂ ଜାଗା ମିଶନର ଉପକାରିତା ବିଷୟରେ ଆଲୋଚନା କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ମିଶନ ଶକ୍ତି ବଜାର ପରିଦର୍ଶନ କରିବେ ବିଲ ଗେଟ୍ସ। ସେ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ସମୀକ୍ଷା କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ।