ଓଡ଼ିଶାର ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା

Apr 22, 2024 - 19:12
 46

ଭୁବନେଶ୍ୱର: ଓଡ଼ିଶାର ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ମିଶ୍ର କହିବା ଅନୁଯାୟୀ ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯, ଝାରସୁଗୁଡାରୁ ୭ ଓ ସମ୍ବଲପୁରରୁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ୨୫ ରୁ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବା ନେଇ ସତର୍କ କରାଇଲା ପାଣିପାଗ ବିଭାଗ।