ପେପର କାରଖାନାରେ ଅଗ୍ନିକାଣ୍ଡ

Jun 30, 2024 - 16:41
 35

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ଚୋରମରା ଗାଁ ସ୍ଥିତ ପେପର କାରଖାନାରେ ଅଗ୍ନିକାଣ୍ଡ ହୋଇଛି। କାରଖାନାରେ ଥିବା କେମିକାଲ ଯୋଗୁ ନିଆଁ ଅଧିକ ବ୍ୟାପିଥିଲା। ଅଗ୍ନିଶମ ବାହିନୀ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।