ଜାଣନ୍ତୁ କିଏ, କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆପଡ଼ାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ। କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଳାହାଣ୍ଡି- ସୁରେଶ ପୂଜାରୀ, ସୁନ୍ଦରଗଡ଼- ରବି ନାରାୟଣ ନାଏକ, କୋରାପୁଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼- ମୁକେଶ ମହାଲିଙ୍ଗ, ଗଜପତି- ବିଭୁତି ଭୂଷଣ ଜେନା, ବାଲେଶ୍ୱର- କୃଷ୍ଣଚନ୍ଦ୍ର ମହାପାତ୍ର ବଲାଙ୍ଗିର- ଗଣେଶ ରାମସିଂ, ଖୁଣ୍ଟିଆ, ମାଲକାନଗିରି- ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧା- ପ୍ରଦୀପ ବଳସାମନ୍ତ, କନ୍ଧମାଳ- ଗୋକୁଳାନନ୍ଦ ମଲ୍ଲିକ ଓ ରାୟଗଡ଼ାରେ ସମ୍ପଦ ଚନ୍ଦ୍ର ସ୍ୱାଇଁ କରିବେ ପତାକା ଉତ୍ତୋଳନ।