ଅଗଷ୍ଟ ୧୯ ଏବଂ ୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ

Aug 16, 2024 - 18:12
 7

ଭୁବନେଶ୍ୱର: ଅଗଷ୍ଟ ୧୯ ଏବଂ ୨୬ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି l ଏହି ଦୁଇ ଦିନ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏ ସଂପର୍କରେ ଓଡ଼ିଶା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।