ମିଶନ ଆଶ୍ରାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ।

Oct 11, 2024 - 01:44
 60
ମିଶନ ଆଶ୍ରାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ।

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ଦ୍ବାରା ପରିଚାଳିତ ପିପୁଲସ ଫୋରମ୍ ଝାରସୁଗୁଡ଼ା ର ସମସ୍ତ କେନ୍ଦ୍ରର ପରିଚାଳକ ମାନଙ୍କ ତତ୍ତ୍ଵାବଧାନରେ ହଁ. କଟାପାଲି ସ୍ଥିତ ମିଶନ ଆଶ୍ରା -୨ ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମୁଖ୍ୟ ସଚିବ ସମ୍ମାନୀୟ ଆଲୋକମୟୀ ପ୍ରଧାନ,ଜିଲ୍ଲା ଅଦାଲତ ର ବରିଷ୍ଠ ବିଚାରପତି ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଝାରସୁଗୁଡ଼ା ମୁଖ୍ୟ ଶ୍ରୀମତୀ ସଜାଦା ବେଗମ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଉପ ମୁଖ୍ୟ ଶ୍ରୀମତୀ ଧମାଲି ପଟେଲ ଏବଂ ଆଡଭୋକେଟ ବୋନେଲା ନାଗେଶ୍ୱରି ଓ ପିପୁଲସ ଫୋରମର ସମସ୍ତ ଥଇଥାନ କେନ୍ଦ୍ରର କିଛି ଅନ୍ତେବାସୀଙ୍କ ସମେତ କିଛି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମୁଖ୍ୟ ସଚିବ ଙ୍କ ଦ୍ଵାରା କେକ୍ କଟାଯାଇ ମାନସିକ ସ୍ଵାସ୍ଥ୍ୟ ଏବଂ ମାନସିକ ରୋଗର ନିରାକରଣ ଓ ଚିକିତ୍ସା ଇତ୍ୟାଦି ସମ୍ପର୍କରେ ସଚେତନ କରାଇଥିଲେ। ତତ୍ ସହିତ ପିପୁଲସ ଫୋରମର ପରାମର୍ଶ ଦାତାଙ୍କ ଦ୍ଵାରା ମାନସିକ ସ୍ଵାସ୍ଥ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତିନି ଦଶନ୍ଧି ରୁ ଉର୍ଦ୍ଧ ସମୟ ଧରି ପିପୁଲସ ଫୋରମର ଏହିପରି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହିତ   ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ସମସ୍ତ ଅନ୍ତେବାସିମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିପୁଲ୍ସ ଫୋରମ୍ ଦ୍ବାରା ପରିଚାଳିତ ମାନସିକ ସ୍ବାସ୍ଥ୍ୟ ର ସମସ୍ତ କେନ୍ଦ୍ର ମାନଙ୍କ ରେ ସମୁଦାୟ ୨୨୭ ଜଣ ମହିଳା ଅନ୍ତେବାସୀ ଓ ୧୮୧ ପୁରୁଷ ଅନ୍ତେବାସୀ ମାନେ ଚିକିତ୍ସିତ ହେଉଛନ୍ତି। ସର୍ବପରି ସମସ୍ତ କେନ୍ଦ୍ରର ର ପରିଚାଳକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଅତିଥି ମାନଙ୍କୁ ଧନ୍ୟବାଦ୍ ଓ ଶୁଭେଚ୍ଛା ଜଣାଇଥିଲେ।