ଆଜି ମା' ଙ୍କ ମହାଷଷ୍ଠୀ ପୂଜା

Oct 9, 2024 - 22:21
 38
ଆଜି ମା' ଙ୍କ ମହାଷଷ୍ଠୀ ପୂଜା

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଓଡ଼ିଶା । ଆଜି ଶକ୍ତିପୀଠରେ ମା' ଙ୍କ ମହାସପ୍ତମୀ ପୂଜା ଓ ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀରେ ହେବ ବିଲ୍ଵାବରଣ। ଦୁର୍ଗା ପୂଜାକୁ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ଭୁବନେଶ୍ୱର ଓ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଭୁବନେଶ୍ବରର ସହିଦ ନଗର, ନୟାପଲ୍ଲୀ, ରସୁଲଗଡ଼, ବମିଖାଲ, ବରମୁଣ୍ଡା, ବରଗଡ଼, ଗଙ୍ଗନଗର, ପୁରୁଣା ଭୁବନେଶ୍ୱର ଆଦି ସ୍ଥାନରେ କରାଯାଇଛି ଆକର୍ଷଣୀୟ ତୋରଣ। ସେହିପରି, କଟକ ଚୌଧୁରୀ ବଜାର, ଆଲିଶା ବଜାର, ଖାନ୍ ନଗର, ବଜ୍ରକବାଟି ରୋଡ୍, ମଙ୍ଗଳାବାଗ, ବାଲୁ ବଜାର ଓ ରାଣୀହାଟ ପୂଜା କମିଟି ପକ୍ଷରୁ କରାଯାଇଛି ଆକର୍ଷଣୀୟ ତୋରଣ।