ଟ୍ରକ୍-ବୋଲେରୋ ଧକ୍କାରେ ୨ ମୃତ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଓ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବଙ୍ଗୋମୁଣ୍ଡା ହସ୍ପିଟାଲ୍ ରେ ଭର୍ତି କରାଯାଇଛି। ଘଟଣାସ୍ଥରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।