ବନଦୁର୍ଗା ପୂଜା କମିଟି ରାମଗଡ଼ କନିକା ରୋଡ଼ ପ୍ରଥମ କରି ମା' ଙ୍କ ନିମନ୍ତେ ଚାନ୍ଦୀ ମେଢ଼ କରିଥିବାରୁ କମିଟି କର୍ମକର୍ତ୍ତା ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ସୁଭଦ୍ରା ଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ଓ ସନ୍ଥ କୃଷ୍ଣ ପ୍ରେମାନନ୍ଦ ସ୍ୱାମୀଜି ଙ୍କ ମାର୍ଗଦର୍ଶନ ରେ ଓଡିଶା ତଥା ଭାରତ ରେ ଦେବି ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ପାଇଁ ସର୍ବଦା ବିଭିନ୍ନ କାର୍ଯ୍ୟକ୍ରମ ଯଥା ଦେବି ଭାଗବତ ମହାପୁରାଣ, ମାତା କି ଜାଗରଣ, ମାତା କି ଚୌକି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଛି । ପବିତ୍ର ଶାରଦୀୟ ଦୁର୍ଗା ପୂଜା ଓ ପବିତ୍ର ଦଶହରା ର ଶୁଭ ଅବସରରେ ଓଡିଶାବାସୀଙ୍କୁ ମା' ଆଦିଶକ୍ତି ଟ୍ରଷ୍ଟ ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଟ୍ରଷ୍ଟ ର ସଦସ୍ୟ। ଜଗତଜନନୀ ମାଦୁର୍ଗା ସମସ୍ତଙ୍କର ସୁଖ ,ସମୃଦ୍ଧି, ଶାନ୍ତି , ସୁସ୍ଥ ଜୀବନ ଓ ମନସ୍କାମନା ପୁରଣ କରନ୍ତୁ। ଚଳିତ ବର୍ଷ ବନଦୁର୍ଗା ପୂଜା କମିଟି ରାମଗଡ଼ କନିକା ରୋଡ଼ ପ୍ରଥମ କରି ମା ଙ୍କ ନିମନ୍ତେ ଚାନ୍ଦୀ ମେଢ଼ କରି ଥିବାରୁ ଟ୍ରଷ୍ଟ ସଦସ୍ୟ ମାନେ କମିଟି କର୍ମକର୍ତ୍ତା ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମାନଙ୍କୁ ହୃଦୟ ରୁ କୃତଂଜ୍ଞତା ଜଣାଇଛନ୍ତି। ମା' ଅନନ୍ତ... ତାର କଥା ଅନନ୍ତ...#ଜଗତଜନନୀ ଶକ୍ତିମୟୀ ଦୁର୍ଗତିନାଶିନୀ ମା' ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଛନ୍ତି I ଏହି ଅବସରରେ ଜଗତ ଜନନୀ ମା ଓଡିଶା ରେ ଥିବା ସମସ୍ତ ପୂଜା ପେଣ୍ଡାଲ ର କର୍ମକର୍ତା ସଦସ୍ୟ ଓ ବାସିନ୍ଦା ମାନଙ୍କର କଲ୍ୟାଣ କରିବା ନିମନ୍ତେ ଉପଦେଷ୍ଟା ସାସ୍ୱତୀ ମିଶ୍ର, ଡ଼ ନାରାୟଣ ମହାପାତ୍ର ସଭାପତି ଓ ଉମାନାଥ ମିଶ୍ର ସମ୍ପାଦକ ଓ ଅନ୍ୟ ସଦସ୍ୟ ମାନେ ମା ଆଦିଶକ୍ତି ଙ୍କ ପାଖରେ କାମନା କରିଛନ୍ତି।