ଦୁଃଖୀ ପରିବାର କୁ ଆର୍ଥିକ ସାହାଯ୍ୟ କଲା ପ୍ରୟାଗ ଖବର ଟିମ୍

Nov 1, 2024 - 00:03
 1
ଦୁଃଖୀ ପରିବାର କୁ ଆର୍ଥିକ ସାହାଯ୍ୟ କଲା ପ୍ରୟାଗ ଖବର ଟିମ୍

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନାନପୁର ଗ୍ରାମର କେଶବ ସାମଲ ଙ୍କ ଧର୍ମ ପତ୍ନୀ ବିଗତ ଦଶ ଦିନ ହେବ ଦେହାନ୍ତ କରିଥିଲେ। ବଡ ଦୁର୍ଭାଗ୍ୟର ର କଥା କେଶବ ସାମଲ ଙ୍କର ଦୁଇଟି ପୁଅ ଜଣେ ଦୁଇ ବର୍ଷ ଓ ଅନ୍ୟ ଜଣେ ଚଉଦ ବର୍ଷ ଦଶମ ଶ୍ରେଣୀ ରେ ପଢୁଛନ୍ତି । ଏହି ଦୁଖଃଦ ଖବର ପାଇ ସୁଦୂର ଆମେରିକା ରେ ଥିବା ଶ୍ରୀକାନ୍ତ ନାୟକ ଙ୍କ ସହ ପ୍ରୟାଗ ଖବର ର ଟିମ ଯୋଗାଯୋଗ କରିଥିଲେ । ଏହି ଖବର ଶୁଣିବା ପରେ ଶ୍ରୀକାନ୍ତ ସାର, ହେମନ୍ତ ଭାଇ ଓ ପ୍ରୟାଗ ଖବର ଟିମ୍ ନାନପୁର ଗ୍ରାମ ରେ ପହଂଚି ଦୁଃଖୀ ପରିବାର କୁ କିଛି ଆର୍ଥିକ ସାହାଯ୍ୟ କରିବା ସହ ଆଗକୁ କିପରି ଦଶମ ଶ୍ରେଣୀ ରେ ପଢ଼ୁଥିବା ପିଲାଟିର ଭଲ ଭବିଷ୍ୟତ ଗଢି ହେବ ବୋଲି ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ପରିବାର କୁ ସାହାଯ୍ୟ ସମୟରେ ଉକ୍ତ ଗ୍ରାମର କେଶବ ଭାଇ, କ୍ଷେତ୍ର ବାସୀ ଭାଇ,ବିଶାଳ ଭାଇ, ସହ ଗ୍ରାମର ଝିଅ ରୁବି କାଣ୍ଡି ଉପସ୍ଥିତ ଥିଲେ।