ଅନୁଗୁଳ ପରିବା ମାର୍କେଟରେ ଅଗ୍ନିକାଣ୍ଡ
ଅନୁଗୁଳ: ଅନୁଗୁଳ ପରିବା ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦୋକାନ ଓ ଘର ପୋଡ଼ି ପାଉଁଶ ହୋଇଥିବା ସୂଚନା। ବିକ୍ରି ପାଇଁ ମହଜୁଦ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ଆଳୁ ପିଆଜ ଓ ରସୁଣ ପୋଡ଼ି ନଷ୍ଟ ହୋଇଛି। ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।