ଓଡ଼ିଶା ଇତିହାସକୁ ଧରି ରଖିଛି ଧଉଳି ପାହାଡ଼: ମୁଖ୍ୟମନ୍ତ୍ରୀ

Nov 3, 2024 - 19:50
 3
ଓଡ଼ିଶା ଇତିହାସକୁ ଧରି ରଖିଛି ଧଉଳି ପାହାଡ଼: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପର ୫୨ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଧଉଳି ପାହାଡ଼ ଏକ ସାଧାରଣ ପାହାଡ଼ ନୁହେଁ। ଓଡ଼ିଶା ଇତିହାସକୁ ଧରି ରଖିଛି ଧଉଳି ପାହାଡ଼। କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ଏହି ଧଉଳି ପାହାଡ଼। ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଧଉଳି ପାହାଡ଼। ୫୨ ବର୍ଷ ତଳେ ଶାନ୍ତିର ପ୍ରତୀକ ଭାବେ ପ୍ରତିଷ୍ଠା ହୋଇଥିଲା ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୌଦ୍ଧ ଧର୍ମ ପ୍ରଚାରରେ ଓଡ଼ିଶା ଆଗରେ ଥିଲା।