ଅନ୍ତର୍ଜାତୀୟ ଶ୍ରୀଜଗନ୍ନଥ ମହୋତ୍ସବ ତ୍ରୁତୀୟ ଦିନରେ ବୈଚିତ୍ରମୟ ଶ୍ରୀ ଜଗନ୍ନାଥ ଆଲୋଚନା ଚକ୍ର ଅନୁଷ୍ଠିତ

Nov 11, 2024 - 20:09
 129
ଅନ୍ତର୍ଜାତୀୟ ଶ୍ରୀଜଗନ୍ନଥ ମହୋତ୍ସବ ତ୍ରୁତୀୟ ଦିନରେ ବୈଚିତ୍ରମୟ ଶ୍ରୀ ଜଗନ୍ନାଥ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବବନେଶ୍ବର: ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ତରଫରୁ ନୟାପଲ୍ଲୀ ସ୍ଥିତ ୫ଦିନ ବ୍ୟାପି ଏହି ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ କଥାବାଚକ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାର ବିଭିନ୍ନ ମାହାତ୍ମ୍ୟ ଉପରେ ଭକ୍ତଙ୍କୁ ସ୍କନ୍ଦପୁରାଣ ଅନ୍ତର୍ଗତ ଅମୃତବାଣୀ ପ୍ରଦାନ କରିଥିଲେ। ଏହା ସହିତ ଆରମ୍ଭ ହୋଇଥିବା ବିଶ୍ବଶାନ୍ତି ଯଂଜ୍ଞ ଆସନ୍ତା ୧୩ ତାରିଖରେ ସମାପନ ହେବ । ଏହି ଅବସରରେ ମହୋତ୍ସବରେ ମହାପ୍ରଭୁଙ୍କ ୨୪ବେଶ ପ୍ରଦର୍ଶିତ ହେବା ସହ ଭଜନ ଓ ସଙ୍କୀର୍ତ୍ତନ ସେଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।ମହୋତ୍ସବରେ ଆଜିର ଆଲୋଚନା କାର୍ଯ୍ୟକ୍ରମ ରେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଡ଼ ଭାସ୍କର ମିଶ୍ର, ଡ଼ ଅସିତ ମହାନ୍ତି ଶ୍ରୀ ପୀତବାସ ରାଉତରାୟ ଡ଼ ଅଭୟ ନାୟକ, ଶ୍ରୀ ସୁଦର୍ଶନ ସାହୁ, ପ୍ରବାସୀ ଓଡ଼ିଆ ରମେଶ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଷୟରେ ବହୁ କଥା କହିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଶ୍ରୀ ଜଗନ୍ନାଥ ପ୍ରଧାନ, ଡ଼ ଦିଲ୍ଲିପ ଶ୍ରୀଚନ୍ଦନ, କର୍ପୋରେଟର ବନ୍ଦିତା ପାଲ୍, ଅର୍ଜୁନ ବେହେରା,ସମ୍ପାଦକ ପ୍ରଦିପ କୁମାର ରାଉତରାୟ,ପ୍ରକାଶ ଶ୍ରୀଚନ୍ଦନ,ରଣଜିତ କର୍ମି, ସୋନାଲିସା ମହାପାତ୍ର ଓ ଡ଼ ନାରାୟଣ ମହାପାତ୍ର ଭଗବାନ ଦାଶ, ଅକ୍ଷୟ ସାହୁ ଶ୍ରୀନିବାସ ରାଓ ତନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନା ଚକ୍ର କୁ ଶ୍ରୀ ଅଭିନନ୍ଦନ ଦାସ ପରିଚାଳନା କରିଥିଲେ।