ଗିଫ୍ଟ ଫାଉଣ୍ଡେସ ପକ୍ଷରୁ ଚାରା ବଣ୍ଟନ

ଭୁବନେଶ୍ୱର: ଗିଫ୍ଟ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ର ପଟିଆ ଛକ ନିକଟ ରେ ବିଭିନ୍ନ ଔଷଧୀୟ ଚାରା ବଣ୍ଟନ କରାଯାଇଛି। ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ରାଉତ, ଉପଦେଷ୍ଟା ଦିଲ୍ଲୀପ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ପଣ୍ଡା, ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ନାୟକ, ଆହ୍ୱାନ ଦାସ, ଶିବ ବରାଳ, ଶୁଭେନ୍ଦୁ ବଳ ପ୍ରମୁଖ ଚାରା ବଣ୍ଟନ କରିବା ସହ ନିଜ ମା ଙ୍କ ନାମ ରେ ବୃକ୍ଷ ରୋପଣ କରି ମା ଙ୍କ ପରି ଯତ୍ନ ନେବାକୁ ଅନୁରୋଧ କରିଥିଲେ। ପରିବେଶ ର ସୁରକ୍ଷା ଏବଂ ସମଗ୍ର ବିଶ୍ୱ ପ୍ରତି ଜଳବାୟୁ ପରିବର୍ତନ ଯେଉଁ ଭଳି ଭାବେ ଏକ ସମସ୍ୟା ହୋଇ ଉଭା ହୋଇଛି । ଏହାର ସମାଧାନ ପାଈଁ ବୃକ୍ଷ ରୋପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଗିଫ୍ଟ ଫାଉଣ୍ଡେସନ କରିଆସୁଛି ଏବଂ ଏହି କାର୍ଯ୍ୟକ୍ରମ ରେ ଅଧିକ ରୁ ଅଧିକ ଯୁବଗୋଷ୍ଠୀ ସାମିଲ ହେବା ପାଇଁ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ରାଉତ ଅନୁରୋଧ କରିଥିଲେ।