ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପକ୍ଷରୁ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ, କାର୍ତ୍ତିକ ମାହାତ୍ମ୍ୟ ଓ ଦାମୋଦର ଲୀଳା ସମ୍ୱନ୍ଧରେ ଆଲୋଚନାଚକ୍ର
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ବିଡ଼ିଏ କଲୋନୀ ଚନ୍ଦ୍ରଶେଖରପୁରରେ ପାଞ୍ଚରାତ୍ର ପ୍ରଚାର ସମିତିର ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଭାପତିତ୍ବରେ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମବେତ ଭାବେ ଶ୍ରୀଜଗନ୍ନାଥ ସହସ୍ର ନାମ, ଶ୍ରୀଜଗନ୍ନାଥ ଅଷ୍ଟକମ ଶ୍ରୀ ମୁରଲୀଧର ପଲେଇଙ୍କ ତତ୍ୱାବଧାନରେ ପଠନ କରାଯାଇଥିଲା ।
କାର୍ତ୍ତିକ ମାହାତ୍ମ୍ୟ ଓ ଦାମୋଦର ଲୀଳା ବିଷୟରେ ଡ଼ ଆରତୀ କର ଓ ସୁଦର୍ଶନ ସାହୁ ବହୁତ ସୁନ୍ଦର ଭାବେ ସମସ୍ତଙ୍କୁ ଜଣାଇଥିଲେ। ଏହି ଅବସରରେ ଡ଼ ଆରତୀ କରଙ୍କ ପ୍ରବଚନ ଦାମୋଦର ଲୀଳା ଓ ଡ଼ ପ୍ରଶାନ୍ତ କୁମାର ରଥଙ୍କ କାର୍ତ୍ତିକ ମାହାତ୍ମ୍ୟ ୟୁଟ୍ୟୁବରେ ଲୋକାର୍ପିତ କରାଯାଇଥିଲା।
ପରେ ପରେ ପୁରାତନ ପାରମ୍ପରିକ ଭଜନ ଅନୁଷ୍ଠିତ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ରେ ଡ଼ଙ୍ଗା ଭଷା ଉପରେ ଅନାମିକା ସ୍ୱାଇଁ ପଟ୍ଟନାୟକଙ୍କ ଗୀତ ମଧ୍ୟ ୟୁଟ୍ୟୁବରେ ଲୋକାର୍ପିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ ସାହୁ, ଭାରତୀ ଭୂଷଣ ପଟ୍ଟନାୟକ, ରଶ୍ମି ରଞ୍ଜନ ପଟ୍ଟନାୟକ, ଭଗବାନ ଦାଶ, ଶ୍ରୀନିବାସ ରାଓ, ଶରତ ବାବୁ ଓ ମନ୍ଦିରର କାର୍ଯ୍ୟକର୍ତା ମାନେ ଯୋଗଦେଇ ପରିଚାଳନା କରିଥିଲେ ।