ସହିଦନଗର ଦୁର୍ଗା ପୂଜା ସମିତି ଓ ଶାନ୍ତି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଦ୍ଵିତୀୟ ସାମୂହିକ ବ୍ରତୋପୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ସହିଦନଗର ଦୁର୍ଗା ପୂଜା ସମିତି ଓ ଶାନ୍ତି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଦୁର୍ଗା ମଣ୍ଡପ ପରିସରରେ ଦ୍ଵିତୀୟ ସାମୂହିକ ବ୍ରତୋପୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୮ଜଣଙ୍କ ବ୍ରତୋପୟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ଉପସଭାପତି ଗୋଲକ ମହାପାତ୍ର, ବିଜେପି ନେତା ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଶାନ୍ତି ଫାଉଣ୍ଡେସନର ସେକ୍ରେଟାରି ସଞ୍ଜୟ କୁମାର ପରିଡ଼ା, ଜୟ ଓଡ଼ିଶାର ଅଧ୍ୟକ୍ଷ ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ହେମନ୍ତ କୁମାର ପରିଡା, ସମ୍ପାଦକ ସଚ୍ଚିନନ୍ଦନ ନାୟକ, ଉପଦେଷ୍ଟା ମନୋରଞ୍ଜନ ଦାସ, ସୁଧୀର କୁମାର ଶତପଥୀ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର, ଉପସଭାପତି ଚନ୍ଦନ କୁମାର ପାଲିତ, ଅଚ୍ୟୁତ ପ୍ରସାଦ ବେହେରା, ସହସମ୍ପାଦକ ବିଶ୍ଵ ପ୍ରସାଦ ମହାନ୍ତି, ସୁଦର୍ଶନ ସାହୁ, ମହେନ୍ଦ୍ର କୁମାର ତ୍ରିପାଠୀ, ରଞ୍ଜନ କୁମାର ମହାପାତ୍ର, କୋଷାଧକ୍ଷ ସ୍ମୃତି ରଞ୍ଜନ ଜେନା, ସହ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ମହାନ୍ତି,କାର୍ଯ୍ୟକାରୀ ସଦସ୍ଯ ହରିଶ ପ୍ରସାଦ ରଥ,ଦିଲ୍ଲୀପ କୁମାର ଦାସ,ଦିଲ୍ଲିପ କୁମାର ମଲ୍ଲିକ,ସନ୍ଦୀପ କୁମାର ବେହେରା,ମହେଶ୍ବର ମହାନ୍ତି,ଆଶିଷ କୁମାର ମହାପାତ୍ର ସୀତାକାନ୍ତ ମହାପାତ୍ର,ଶକ୍ତି ପ୍ରସାଦ ଜୀ,ଅମରେନ୍ଦ୍ରୁ ମହାପାତ୍ର,ଜିତେନ୍ଦ୍ର ରାଓ, ହେମନ୍ତ କୁମାର ମଲ୍ଲିଆ,ଲଳିତ ଖୁଣ୍ଟିଆ,ଆସିକ ପଣ୍ଡା,ଗୁଡ଼ୁ,ସତ୍ୟ, ସୁବ୍ରତ ସିଂହ ଓ ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମାଙ୍ଗଳିକ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ର ଖର୍ଚ୍ଚ ସହିଦନଗର ଦୁର୍ଗା ପୂଜା ସମିତି ର ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ବହନ କରିଥିଲେ I ସମିତି ତରଫରୁ ସବୁ ଅତିଥି ଓ ଭକ୍ତ ପାଇଁ ପ୍ରସାଦ ସେବନ ର ବ୍ଯବସ୍ତା କରାଯଇଥିଲା ।ସମିତି ପକ୍ଷରୁ ସମ୍ପାଦକ ସଚ୍ଚି ନନ୍ଦନ ନାୟକ ଏହି ଉଦ୍ଦେଶ୍ୟରେ ସମସ୍ତ ଅତିଥି, ଶ୍ରଦ୍ଧାଳୁ, ଗଣମାଧ୍ୟମ ପ୍ରତିନିଧି ,ଶାନ୍ତି ଫାଉଣ୍ଡେସନର ସଦସ୍ୟ ଓ ସମିତି ର ସଦସ୍ୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I ଓ ଆଗାମୀ ଦିନରେ ଏହି ପରି ସାମାଜିକ କାର୍ଯ୍ୟ ସବୁ ସମିତି ପକ୍ଷରୁ ଆୟୋଜିତ ହେବ I