ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ
ଭୁବନେଶ୍ୱର: ସାଧାରତନ୍ତ୍ର ଦିବସରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ଅଧିକାରୀ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ୬ ପୋଲିସ କର୍ମଚାରୀଙ୍କୁ ମିଳିବ ସାହସିକତା ପୁରସ୍କାର । ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ଦିଆଯିବ ରାଷ୍ଟ୍ରପତି ପୁରସ୍କାର। ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର। ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ। ପ୍ରମୋଦ କୁମାର ରାଉତ ଓ ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ମିଳିବ ରାଷ୍ଟ୍ରପତି ପଦକ।