ଭବାନୀପାଟଣା ସହରରେ ବିଭିନ୍ନ ଚୋରୀକୁ ନେଇ ବ୍ୟବସାୟୀ ଚିନ୍ତିତ

Feb 23, 2025 - 23:52
 5
ଭବାନୀପାଟଣା ସହରରେ ବିଭିନ୍ନ ଚୋରୀକୁ ନେଇ ବ୍ୟବସାୟୀ ଚିନ୍ତିତ

ଭବାନୀପାଟଣା: ସହରରେ କ୍ରମାଗତ ଗତ ଭାବେ ବ୍ୟବସାୟିକ ପ୍ରତିଷ୍ଠାନରେ ଚୋରି ହେବା ଓ ପୁଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବା ଘଟଣାକୁ ନେଇ ବଣିକ ସଂଘ ଚିନ୍ତା ପ୍ରକାଶ କରିଛି । ଗତ ୨ ମାସ ମଧ୍ୟରେ ସହରର ସୁନା ଗହଣା ଦୋକାନରୁ ଆରମ୍ଭକରି ମୋବାଇଲ ଦୋକାନ ଯାଏଁ ନିୟମିତ ଚୋରି ହେଉଛି । ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ଆଖୁଦୃଶିଆ ପଦକ୍ଷେପ ବର୍ତମାନ ସୁଦ୍ଧା ନିଆଯାଇନଥିବା ଅତ୍ୟନ୍ତ ନିନ୍ଦନୀୟ । ଫଳସ୍ୱରୂପ ଚୋରି କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପୀଡ଼ିତ ଦୋକାନୀ ଏପରିକି କଳାହାଣ୍ଡି ବଣିକ ସଂଘ କର୍ମକର୍ତ୍ତା ଏକାଧୂକ ବାର ଏସ୍‌ପିଙ୍କୁ ଭେଟିଛନ୍ତି। ତଥାପି ଫଳ ଶୂନ । ଗତକାଲି ସଂଘର ଏକ ପ୍ରତିନିଧୂ ଦଳ ଏସ୍‌ପିଙ୍କୁ ସାକ୍ଷାତ କରିବା ବେଳେ ଏସ୍‌ପି ସେମାନଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିଥ‌ିବା ବଣିକ ସଂଘ କର୍ମ କର୍ମକର୍ତ୍ତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ଏସ୍‌ପିଙ୍କ ଏପ୍ରକାର ବ୍ୟବହାରକୁ ସଂଘ ଦୃଢ଼ ନିନ୍ଦା କରୁଛି ବୋଲି ସଂଘ କର୍ମକର୍ଭା ମତବ୍ୟକ୍ତ କରିଥିଲେ । ଏଥିସହ ଚୋର ଧରିବାକୁ ପୁଲିସ ପଦକ୍ଷେପ ନେବା ତଥା ସହରର ସିସିଟିଭି ଗୁଡ଼ିକୁ ମରାମତି କରିବାକୁ ସଂଘର ସଦସ୍ୟ ମାନେ ଦାବି କରିଛନ୍ତି ।ଯଦି ଚୋରକୁ ଧରିବାରେ ପୋଲିସ ବିଫଳ ହୁଏ, ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକ ପଦକ୍ଷେପ ନେବ ବୋଲି ସଂଘ ଚେତାବନୀ ଦେଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲା ବଣିକ ସଂଘ ସଭାପତି ବିଜୟ ସାହୁ, ସମ୍ପାଦକ ନିରୋଜ ପଟ୍ଟନାୟକ, ଆନନ୍ଦ ଅଗ୍ରୱାଲ, ତେଜେଶ୍ବର୍ ରାଓ, ନିରଜ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । କଳାହାଣ୍ଡିରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।