ଅବକାରୀ ଗାଡ଼ିକୁ ଗୁଳିମାଡ଼ କଲେ ଗୋ ମାଫିଆ

Apr 12, 2025 - 22:15
 4

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଅବକାରୀ ଗାଡ଼ିକୁ ଗୁଳିମାଡ଼ କଲେ ଗୋ ମାଫିଆ। ଲେଫ୍ରିପଡ଼ା ଥାନା ମସାବିରା ନିକଟରେ ଗୁଳିମାଡ଼ ହୋଇଛି। ଅବକାରୀ ବିଭାଗ ଗାଡ଼ିରେ ବାଜିଛି ଗୁଳି। ତେବେ କର୍ମଚାରୀ ସୁରକ୍ଷିତ ଥିବା ସୂଚନା। ପିକଅପ୍‌ରେ ମଦ ଚାଲାଣ ସନ୍ଦେହରେ ପିଛା କରିଥିଲା ଅବକାରୀ ଟିମ୍। ପିଛା କରିବା ବେଳେ ଅବକାରୀ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ ମାଫିଆ। ପିକଅପ୍‌କୁ ଜବତ କରିବା ସହ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ୨ ଜଣ ଚମ୍ପଟ ମାରିଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଏକ ବନ୍ଧୁକ ଜବତ ହୋଇଛି।