ସମୁଦ୍ର ପଥରେ ଚୋରାଚାଲାଣ

May 5, 2025 - 10:55
 11
ସମୁଦ୍ର ପଥରେ ଚୋରାଚାଲାଣ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ଜଗତସିଂହପୁର ଜିଲ୍ଲା ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍‌ ପରିସରରେ ହୋଇଛି ଚଢ଼ଉ। ସୂଚନା ଅନୁଯାୟୀ, ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ ସହ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ପିକ୍‌ଅପ୍‌ ଭ୍ୟାନ୍‌ରେ ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିଲେ ଅଭିଯୁକ୍ତ। ଡ୍ରାଇଭର୍‌ ଓ ବୋଟ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।