ଛାଡ଼ ହେବ ବକେୟା ଗାଡ଼ି ଜରିମାନା

ଭୁବନେଶ୍ୱର: ଓଡ଼ିଶାରେ ଛାଡ଼ ହେବ ବକେୟା ଗାଡ଼ି ଜରିମାନା। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍କ୍ରାପ୍ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ। ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ ଜରିମାନା ସମ୍ପୂର୍ଣ୍ଣ ଛାଡ଼ ହେବ। ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସ କୋହଳ କରାଯିବ। କ୍ୟାବିନେଟ୍ ନେଇଥିବା ଆଉ ଏକ ଗୁରୁତତ୍ୱପୂର୍ଣ ନିଷ୍ପତ୍ତି ହେଉଛି ଗୋପାଳପୁରରେ ହେବ ଶିଳ୍ପ କରିଡ଼ର। ସେହିପରି କଟକ ଚୌଦ୍ଵାର ଓ ସମ୍ବଲପୁରରେ ହେବ ୱେଲ୍ସପୁନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ। ଏହା ବ୍ୟତୀତ ଜଟଣୀ ଓ ଭୁବନେଶ୍ୱର ତହସିଲରେ ଭୂମିହୀନଙ୍କୁ ମିଳିବ ସ୍ଥାୟୀ ପଟ୍ଟା।